ଆଉ ୩ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କଲେ ରାଜ୍ୟ ସରକାର: ବାଲେଶ୍ୱରର ୨, ଭଦ୍ରକର ଜଣେ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ରାଜ୍ୟ ସରକାର ଶନିବାର ସନ୍ଧ୍ୟାରେ  ଆଉ ୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କରିଛନ୍ତି। କିଛି ସମୟ ପୂର୍ବରୁ ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଆଉ ୩ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ ପାଇଛି।


ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ କୁହାଯାଇଛି ଯେ, ରାଜ୍ୟର ୮୮ ନଂ. କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲା ନେଳିଆବାଗର ୩୬ ବର୍ଷୀୟ ଯୁବକ ଏବଂ ୮୯ ନଂ ଆକ୍ରାନ୍ତ ଜଣେ ୫୫ ବର୍ଷୀୟା ମହିଳା। ଏମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ଅଟନ୍ତି। ସେମାନେ ମାର୍ଚ୍ଚ ୨୨ରେ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବାହାରକୁ ଯାଇ ନ ଥିଲେ। ଏପ୍ରିଲ ୨୩ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


ସେହିପରି ୯୦ ନଂ ଆକ୍ରାନ୍ତ ଜଣେ ୪୩ ବର୍ଷୀୟ ବ୍ୟକ୍ତି। ସେ କୋଲକାତା ଫେରନ୍ତା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଶାସନ ଗାଁର। ସେ କୋଲକାତାର ଖରିଦପୁରଠାରୁ ଏପ୍ରିଲ ୧୬ ସକାଳ ୯ଟାରେ ବାହାରିଥିଲେ। ଅପରାହ୍ନ ୧ଟାରେ ଗାଁରେ ପହଞ୍ଚିଥିଲେ। ସେ ଏପ୍ରିଲ ୧୬ରୁ ୨୦ ଯାଏ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୨୧ରୁ ୨୩ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ଏପ୍ରିଲ ୨୩ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏପ୍ରିଲ ୨୪ରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Share