CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଲା

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟରେ ଆଉ ୩ କରୋନା ପଜିଟିଭ ମଙ୍ଗଳବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ଜିଲାର। ସେମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ। ମହିଳାଙ୍କ ବୟସ ୫୦ ଓ ଯୁବକଙ୍କ ବୟସ ୨୬ ବର୍ଷ।
ସେହିଭଳି ଅନ୍ୟ ଜଣେ ଆକ୍ରାନ୍ତ କଟକ ଜିଲା ତିଗିରିଆ ଅଞ୍ଚଳର ୩୪ ବର୍ଷୀୟ ଯୁବକ। ବାଲେଶ୍ୱରର ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ କଟକ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share