Categories: ଜାତୀୟ

ଆଉ ୩ ମାସ ଅଟକ ରହିବେ ମେହବୁବା

ନୂଆଦିଲ୍ଲୀ, ୬ା୫: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ପିଏସ୍‌ଏ ଅନୁଯାୟୀ ଅଟକ ରଖାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ଶ୍ରୀନଗର ଜିଲା ମାଜିଷ୍ଟ୍ରେଟ ମଙ୍ଗଳବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପଦକ୍ଷେପକୁ ଜମ୍ମୁ-କଶ୍ମୀରର ଏନ୍‌ସି ନେତା ଓମାର ଅବ୍‌ଦୁଲ୍ଲା ସମାଲୋଚନା କରିଛନ୍ତି। ସ୍ଥିତି ସାମାନ୍ୟ ଥିବାବେଳେ ମୋଦି ସରକାର ଜାଣିଶୁଣି ଜମ୍ମୁ-କଶ୍ମୀରକୁ ଦଶନ୍ଧି ତଳକୁ ନେବା ଲାଗି ପ୍ରୟାସ କରୁଛନ୍ତି ବୋଲି ଓମାର ପ୍ରକାଶ କରିଛନ୍ତି।

Share