Categories: ବାଣିଜ୍ୟ

ଆଉ ୬ ଦେଶକୁ ଡାକ ବିଭାଗର ସ୍ପିଡ ପୋଷ୍ଟ ସେବା

ନୂଆଦିଲ୍ଲୀ,୧୯-୯: ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୬ ଦେଶକୁ ସ୍ପିଡ ପୋଷ୍ଟ ସେବା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାର ଏହି ଦେଶ ଗୁଡିକ ମଧ୍ୟରେ ରହିଛନ୍ତି ହର୍ଜିଗୋଭିନା, ବ୍ରାଜିଲ, ଇକ୍ୱାଡୋର, କାଜାକିସ୍ତାନ,ଲିଥୁଆନିଆ ଏବଂ ଉତ୍ତର ମେସିଡୋନିଆ। ଏହି ସ୍ଥାନଗୁଡିକୁ ପ୍ରିମିୟମ ସର୍ଭିସ ଏକ୍ସପ୍ରେସ ମେଲ୍‌ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ଲୋକମାନେ ସେମାନଙ୍କ ଦସ୍ତାବିଜକୁ ସହଜରେ ଉପରୋକ୍ତ ସ୍ଥାନଗୁଡିକୁ ପଠାଇପାର ସୁବିଧା ଲାଭ କରିପାରିବେ। ନୂଆ ସୁବିଧା ଦ୍ୱାରା ଏହି ଦେଶଗୁଡିକୁ ସେବା ଯୋଗାଣ ତ୍ୱରାନ୍ବିତ ହେବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବିଭାଗ ପକ୍ଷରୁ ୧୦୦ ଦେଶକୁ ସ୍ପିଡ ପୋଷ୍ଟ ସେବା ଯୋଗାଣ ହେଉଛି।

Share