ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର ଛାପ୍‌ରେ କେତେ ମୂଲୁ ମେଟିଗଲାବେଲେ ଆରକେତେ ସମିଆର ସଂଗେ ତାଲ ଦେଇ ପାଲନ୍‌ ହେଉଛେ। ଆଏଜ୍‌କାଲି ଇ ଯାତ୍‌ରା ପରବ୍‌ମାନ ଲୋକ୍‌ ସଁସ୍‌କୁରୁତି ସଂଗେ ମିଶିଗଲାନ। ସେ ଭିତରୁ ବରଗଡ଼ ଜିଲା ବିଜେପୁରରେ ପାଲନ୍‌ ହେଉଥିବାର ଅନନ୍ତବ୍ରତ ମହୋଛବ୍‌ ତାର ଗୁଟେ ଚିନ୍‌ହଁା ଆଏ।
ଭୁଦୋ ମାସର ଉଜଲ ପଖ୍‌ ଚତୁରଦଶୀରେ ଅନନ୍ତବ୍ରତ ପାଲନ ହେସି। ପହପହନୁଁ ଘରର ବହ ଭୁଆସେନମାନେ ଗଧାବୁଡ଼ା କରି ୧୪ ପରକାର ପିଠାପନା କରସନ୍‌। ଇତାର ବାହାରେ ଜୁଗାର, ୧୪ ରକମର ଫଲଫୁଲ୍‌, ୧୪ଟା ଗଏଁଠ୍‌ ଥିବାର ବ୍ରତ ପୂଜାରେ ଲାଗ୍‌ସି। ଇ ବ୍ରତ ଥରେ ମୂଲ କଲେ ବ୍ରତଧାରୀ ଲାଗ୍‌ ଲାଗ୍‌ ୧୪ ବଛର ତକ୍‌ ପାଲନ କରବାର ରିକ୍‌ମା ପର୍‌ଚଲିତ ଅଛେ। କୁଟ୍‌ମର ସୁଖ୍‌ଶିଅଁାତି, ସଁସାରର ମଂଗଲ କାମନା କରି ବ୍ରତଧାରୀମାନେ ଇ ବ୍ରତ କରୁଥିବାର ପୁରୋହିତ ଚନ୍ଦନ ଶର୍ମା କହିଛନ୍‌। ଆଏଜ୍‌କେ ୫୫ ବଛର ତଲେ ବିଜେପୁର ମଝିପଡ଼ାନେ ଇ ବ୍ରତ ଗୁଟେ ଦିନ୍‌ ଲାଗି ହେଉଥିଲା। ହେଲେ ଏହେଦେ ମଝିପଡ଼ା, ଉପରପଡ଼ା, ତଲିପଡ଼ା, ମାଲପଡ଼ା, ଗାନ୍ଧୀପଡ଼ା, ଭୁଏପଡ଼ା, ବୀରବଜରଙ୍ଗ ଛକ୍‌ରେ ତିନ୍‌ଦିନ ଧରି ଜାକଜମକ୍‌ରେ ଇ ବ୍ରତ ପୂଜା ପାଲନ ହେଉଛେ। ଇ ସମିଆରେ ରଂଗବେରଂର ବିଜଲିବତୀ, ଆଏଁଖ୍‌ ଝଲ୍‌ସା ପୂଜା ମଡ଼ପ୍‌ ଆର ପୁରୋହିତମାନକର ମନ୍‌ତର ପାଠ୍‌ଥି ବିଜେପୁର ଚାରହିକୁତି କଁପିଯାଏସି। ଆଏଜ୍‌କାଲି ପୂଜା ବେଲେ ମୀନାବଜାର, ଉଠାଦୁକାନୀ, ରେହେଁଟି, ନାଟ୍‌, ଅପେରାର ମଜା ଉଠଉଛନ୍‌ ଭକତ୍‌ ଆର ଦେଖନହାରୀ। ପୂଜା ସମିଆରେ ଆସର ପାସର ଜିଲା ସମେତ ପଡ଼ିଶା ରାଏଜ୍‌ ଛତିଶଗଡ଼ରୁ ବି ଅନେକ ଦେଖନ୍‌ହାରୀ ଆସୁଛନ୍‌। ଦେଖନ୍‌ହାରୀକଁର ସୁବିଧା ଲାଗି ପରଶାସନ ଉପରପଡ଼ା, ଗାନ୍ଧୀଛକରେ ଆଶୁ ଚିକିଛା କେନ୍ଦ୍ର ଆର ଗାନ୍ଧୀଛକରେ ପୁଲିସ ସୂଚନା କେନ୍ଦ୍ର ଖୁଲୁଛେ। ବଛର ପଁାଚେ ହେଲା ପୂଜାବେଲେ ଉପରପଡ଼ା ପୂଜା କମିଟି ତରଫୁ ଭକତ ଆର ଦେଖନ୍‌ହାରୀକୁଁ ୧୪ ରକମର ପିଠାପନା, ମିଠା ଭୋଗ ବଁାଟ୍‌ବାର ଗୁଟେ ରିକ୍‌ମା ମୂଲ ହେଇଛେ। ପୂଜାର ଆରକଦିନ ବେଲବୁଡ଼ିଆ ଭିନେ ଭିନେ ପୂଜା ମଡ଼ପ୍‌ରେ ଦେଖନହାରୀକୁଁ ଅରନ୍‌ ପରସାଦ ବଁଟା ହେଉଛେ। ସେନ୍‌ତା ଚଲତି ବଛର ମହୋଛବ୍‌କେ ଆହୁରି ଜାକ୍‌ଜମକ୍‌ କରବାର ସଂଗେ ଦେଖନ୍‌ହାରୀକଁର ମନ୍‌ ଛିଁବାକେ ଫିପୂଜା ମଡ଼ପ୍‌ରେ ୪ରୁ ୫ ଲାଖ୍‌ ଟଁକା ଖରଚ୍‌ କରବାର ଯୋଜନା ରହିଛେ। ଆଏଁଖ୍‌ ଝଲସା ପୂଜା ମଡ଼ପ୍‌, ରଂଗ୍‌ବେରଂଗର ବିଜଲିବତୀ ସଜାଧଜା ସଂଗେ ୫ଶହ କଳାକାର କଳା ପର୍‌ଦରଶନ କରବାରଟା ଗୁଟେ ମୁଖିଆ ଆକର୍‌ଷନ ହେବା। ବ୍ରତଧାରୀକଁର ଚଁାଦାଭେଦାଥି ଇ ମହୋଛବ୍‌ ପାଲନ ହେଉଛେ। ୫୬ ବଛର ଧରି ଇ ଉଛବ୍‌ କରାଯାଉଥିଲେ ବି ସରକାରୀ ପୋରଛାହନ୍‌ ନାଇଁ ମିଲବାରଟା ଗୁଟେ ଦୁଖର କଥା ବଲି ମଝିପଡ଼ା ପୂଜା କମିଟିର ପୂରବର ସମ୍ପାଦକ ଜିତେନ୍ଦ୍ରୀୟ ମେହେର କହିଛନ୍‌।