ଭବାନୀପାଟଣା, ୨୯ା୬ (ଡି.ଏନ୍.ଏ) : ମନୁଷ୍ ସମାଜର ବିକାଶ ସଂଗେ ଫିଦିନିଅଁ। ଚଲନିରେ ତେଲର ଉପକାରିତାକେ ସେ ଅନୁଭବ କରିଛେ। ଭିନେ ଭିନେ କିସମର ତୈଳବୀଜ ଚିନ୍ହଁଟ କରି ସେଥ୍ରୁ ତେଲ ବାହାର କରବାର କଉଶଲ ଉଦ୍ଭାବନ କରିଛେ। ଆଘ ସବୁଗଁ।ରେ ତେଲି ସମାଜର ଲୋକ୍ ଘନାରେ ପେଡ଼ି ତେଲ ବାହାର କରୁଥିଲେ ଆର ବିକୁଥିଲେ। ଘନାପେଡ଼ା ତେଲ ଆର ଆଏଜ୍କାଲି ବଜାରରେ ମିଲୁଥିବାର ତେଲର ଗୁନ୍ଧରମ୍ ଭିତରେ ଆକାଶ ପାତାଲ ଫରକ୍ ରହିଛେ। ବଜାରରେ ମିଲୁଥିବାର ଭିନେ ଭିନେ କିସମର ତେଲର ଗୁନ୍ଧରମ୍ ବଲି ବିଶେଷ କିଛି ନାଇଁ। ସେନ୍ତା ବାସନାର ଲାଗି ବି ତେଲରେ ନାନା ପରକାର ରାସାୟନିକ ଜିନିଷର ବେଭାର କରାଯାଉଛେ। ହେଲେ ଆଏଜ୍ ବି କଳାହାଣ୍ଡି ଜିଲାର ଅନେକ ଗଁାଗଁଡ଼ାରେ ଲୋକ୍ ପାରମ୍ପରିକ ଘନାପେଡ଼ା ତେଲ ବେଭାର କରୁଛନ୍। ଜିଲାର ଅନେକ ଗଁ।ରେ ଲୋକ୍ ରଁଧାବଢ଼ାନୁ ମୂଲ କରି ଚିକିସତ୍ା ତକ୍ ଭିନେ ଭିନେ କାମ୍ ଲାଗି ଘନାପେଡ଼ା ତେଲ ବେଭାର କରୁଛନ୍। ଟୁଲ, କୁସୁମ, ସୂର୍ଯ୍ୟମୂଖୀ, ଜଡ଼ା, ସୁରଷୋ, ଭୂଇଁଚନା, ରାଶି ଲେଖେଁ ତୈଳବୀଜକେ ଘନାରେ ପେଡ଼ି ତେଲ ବାହାର କରଉଛନ୍। ଇ କାମ୍ରେ ଅତି କମ୍ରେ ୪ ଝନ୍ ଲୋକ୍ର ଦରକାର ପଡ଼ସି। ୨ ଝନ୍ ଘନାକେ ବୁଲାଲାବେଲେ ଝନେ ମୁଜିର ଗୁଁଡ଼କେ ଘନାରେ ପକଉଥିସନ୍, ସେନ୍ତା ଆର ଝନେ ତେଲ ଛିନ୍ବାର ସଂଗେ ଖାଦ(ପିଡୁଆ)କେ ବାହାର କରସନ୍। ଆଗରୁ ଅନେକ ଜାଗାରେ ଲୋକ୍ ତେଲ ଘନାରେ ବଲଦ୍, ଘୁଡ଼ା, ଗଧ୍ ଫଁାଦି ତେଲ ପେଡ଼ୁଥିଲେ। ଯେନ୍ଥିରେ ତେଲ ପେଡ଼ବାର ସହଜ ଆର ସୁବିଧା ହେଉଥିଲା। ଘନାପେଡ଼ା ତେଲର ଗୁନ୍ଧରମ ବହୁତ୍ ଅଧ୍କା ଆର ତେଲଟା ସୁଆଦିଆ ଲାଗବାର ସଂଗେ ଭଲ ବାସ୍ନା ହେସି। ଏହେଦେ ବି ଘନାପେଡ଼ା ତେଲର ଚାହିଦା କାହିଁରେ କେତେ, ହେଲେ ଆଏଜ୍କାଲି ବଡ଼ଭାରି ମେଶିନର ବେଭାର ଲାଗି ତେଲଘନା ଲୋପ୍ ପାଇଗଲାନ। ଟୁଲ ତେଲକେ ଆଏଜ୍ ବି କଳାହାଣ୍ଡି ଜିଲାର ଅନେକ ଗଁାରେ ଲୋକ୍ ଖାଏବାର ତେଲ ହିସାବେ ବେଭାର କରୁଛନ୍। ବିହାବରପନ, ପରବ୍ପରବାନୀରେ ପିଠାପନା ତିଆରିରେ ବେଭାର କରୁଛନ୍। ଇତାର ବାହାରେ ଦଁାତ୍ ରୋଗ୍, ହାରପିକ୍ ଲେଖେଁ ସମସିଆରେ ଟୁଲ ପିଡୁଆକେ ପୁଡ଼େଇ ତାର କୁହୁଲା ରୁଗୀକେ ଦେଲେ ରୋଗ୍ ଭଲ ହେଉଥିବାର ନଜିର ରହିଛେ। ସେନ୍ତା ପୁରାତନ ଲୁକ୍କର କହେବାର ହେଲା ବରଷା ଦିନେ ହେଉଥିବାର ଚରମ୍ ରୋଗ୍, ଖସୁ ଖୁଜରିିରେ କୁସୁମ ତେଲ ଲଗାଲେ ଛାଡ଼ିଯାଏସି। ସେଥିରଲାଗି ଆଏଜ୍ ବି କଳାହାଣ୍ଡି ଜିଲାର ଗଁାଗଁଲିମାନକେ ଟୁଲ, କୁସୁମ ମୁଜିରୁ ପାରମ୍ପରିକ ଉପେରେ ତେଲ ବାହାର କରାଯାଉଛେ। ହେଲେ ଆଧୁନିକତାର ଛାପ୍, ବିଜ୍ଞାପନର ପରଭାବରେ ଇ ସବୁ ପାରମ୍ପରିକ ଜିନିଷର ଚାହିଦା କମିଯାଉଛେ। ଇଆଡ଼େ ଦିନୁଦିନ୍କେ ଜଂଗଲ ପଦା ହେବାର ଲାଗି ଆଘର ଲେଖେଁ ଟୁଲ, କୁସୁମ ମୁଜି ନାଇଁ ମିଲବାର। ସରକାର ଇ ପାରମ୍ପରିକ ତେଲ ଉତ୍ପାଦନ କଉଶଲକେ ସୁରକ୍ଷିତ ରଖବାର ଲାଗି ତେଲ ଉତ୍ପାଦନକାରୀକୁଁ ପୋରଛାହନ୍ ଯୁଗେଇ ଦେବାର ଉଚିତ ବଲି ଇ ତେଲର ଉପକାରିତାକେ ଅନୁଭବ କରିଥିବାର ଲୋକ୍ମାନେ ମତ ଦେଇଛନ୍।