ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକା:କୋଣାର୍କ, ପୁରୀକୁ ସ୍ଥାନିତ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଅନ୍ତର୍ଭୁକ୍ତ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଦାବି କରିଛନ୍ତି। ମନ୍ତ୍ରୀ ଏ ନେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂପ ଦାବି ଜଣାଇବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ତା’ର ନିର୍ବାଚନ ଇସ୍ତାହାରରେ ଜଗନ୍ନାଥଧାମ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପୂରଣ ନ କରିବା ଉଚିତ୍‌ ହୋଇନାହିଁ।

Share