ଆକର୍ଷଣୀୟ ତ୍ୱଚା ପାଇଁ..

ବୟସ ଯାହା ବି ହୋଇଥାଉ ତ୍ୱଚାର ଦେଖାଶୁଣା କରିବା ନିହାତି ଆବଶ୍ୟକ। ଏବେ ଲକ୍‌ଡାଉନ୍‌ ପାଇଁ ଘରେ ଅଧିକାଂଶ ସମୟ ବିତାଉ ଥିବାରୁ ବିଭିନ୍ନ ପ୍ରକାରର ଘରୋଇ ଜିନିଷରେ ସୌନ୍ଦର୍ଯ୍ୟ ପରିଚର୍ଯ୍ୟା କରିପାରିବେ…

– ଚାଉଳକୁ ରାତିରେ ଭିଜାଇ ସକାଳୁ ଏହାର ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟାରୀ ତତ୍ତ୍ୱ ତ୍ୱଚାକୁ ଉଜ୍ଜ୍ୱଳ କରିବ।
– ଦୁଇ ଚାମଚ ଚାଉଳ ଗୁଣ୍ଡରେ ୧ ଚାମଚ ଗୋଲାପ ଜଳ ଓ ୧ ଚାମଚ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ମସାଜ୍‌ କରନ୍ତୁ। ଶୁଖିଗଲା ପରେ ମୁହଁ ଧୋଇ ଦିଅନ୍ତୁ।
– ମସୁର ଡାଲିକୁ ଘଣ୍ଟାଏ ପାଣିରେ ଭିଜାଇ ବାଟି ଦିଅନ୍ତୁ। ଏହି ପେଷ୍ଟରେ ଦୁଇ ବଡ଼ ଚାମଚ ଟମାଟୋ ରସ ମିଶାଇ ମୁହଁ ଏବଂ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।
– ଅମୃତଭଣ୍ଡାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ପୋଷକ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ପାଚିଲା ଅମୃତଭଣ୍ଡା ରସରେ ମହୁ ମିଶାଇ ଲଗାଇଲେ ତ୍ୱଚା ବହୁତ ସୁନ୍ଦର ଦେଖାଯାଇଥାଏ। ସପ୍ତାହକୁ ଦୁଇଥର ଏହାକୁ ଲଗାଇବା ଆବଶ୍ୟକ।