ଆକର୍ଷଣ ସାଜିଲା ଖବରକାଗଜ ନିର୍ମିତ କୁନିରଥ

ଜୟପୁର,୪ା୭(ଡି.ଏନ୍‌.ଏ.): ଜୟପୁର ସହରର କେବିଏସ୍‌ଡି ରାସ୍ତାଦେଇ ତିନି ଠାକୁର ପହଣ୍ଡିରେ ମନ୍ଦିରରୁ ରଥପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ପୁରୁଣା ଖବରକାଗଜରେ ନିର୍ମିତ ଏକ କୁନିରଥ ସମସ୍ତଙ୍କୁ ଆକୃଷ୍ଟ କରିଛି। ୮ବର୍ଷର ସହସ୍ରାଂଶୁ ପୂଜାରୀ ଏହା ତିଆରି କରିଛନ୍ତି। ନିର୍ମାଣ କାମରେ ସମସ୍ତ ସହାୟତା ତାଙ୍କ ପିଉସୀ ପୁଷ୍ପାଞ୍ଜଳି ତ୍ରିପାଠୀ କରିଥିବା ପରିବାର ଲୋକେ କହିଛନ୍ତି। କାଠରେ ନିର୍ମିତ ତିନି ଠାକୁର ବଡ଼ ରଥରେ ଏବଂ ମାର୍ବଲର ଛୋଟ ତିନି ଠାକୁରଙ୍କ ପ୍ରତିମୂର୍ତ୍ତି ସାନରଥରେ ବିରାଜମାନ କରିଛନ୍ତି ା ଏହି ରଥ ନିର୍ମାଣରେ କେବଳ ପୁରୁଣା ଖବର କାଗଜ, ଅଠା ଓ ରଙ୍ଗ ବ୍ୟବହାର କରାଯାଇଛି। ମୁଖ୍ୟମନ୍ଦିରରେ ତିନି ଠାକୁରଙ୍କ ପହଣ୍ଡି ବେଳେ କୁନିରଥ ଦେଖିବାକୁ ସମସ୍ତଙ୍କର ବେଶ୍‌ ଆଗ୍ରହ ଜମିଥିଲା।