ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ, ଆକାଶଙ୍କର ବ୍ୟାଙ୍କ ଅଫ୍‌ ବରୋଦାରେ ରହିଥିବା ଆକାଉଣ୍ଟ (ସିସି ଆକାଉଣ୍ଟ ନଂ-୩୨୫୫୦୫୦୦୦୦୧୪୪ ଏବଂ କରେଣ୍ଟ ଆକାଉଣ୍ଟ ନଂ- ୩୨୫୫୦୨୦୦୦୦୦୦୩୧) ରହିଛି । ତେବେ ମଙ୍ଗଳବାର ଏହି ଆକାଉଣ୍ଟକୁ ହ୍ୟାକ୍‌କରି ଅନ୍ୟ ୨ଟି ଆକାଉଣ୍ଟକୁ ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଯାଇଛନ୍ତି। ବ୍ୟାଙ୍କ୍‌ ଅଫ୍‌ ବରୋଦାର ସ୍ଥାନୀୟ ଶାଖାକୁ ଯାଇ ଆକାଶ ପଚରାଉଚରା କରିବାପରେ ତାଙ୍କ ଆକାଉଣ୍ଟ ନମ୍ବରରୁ ଆଇସିଆଇସିଆଇ ବ୍ୟାଙ୍କର ଜଣେ ଆକାଉଣ୍ଟ ହୋଲଡର୍‌ ସୁନୀଲ ଯାତଭ (ଆକାଉଣ୍ଟ ନଂ-୦୨୩୫୦୧୫୬୧୮୩୫) ଏବଂ କାନାଡା ବ୍ୟାଙ୍କର ଆଉ ଜଣେ ଆକାଉଣ୍ଟ ହୋଲଡର୍‌ ଲିଣ୍ଟନ ସରକାର(ଆକାଉଣ୍ଟ ନଂ-୩୭୧୨୧୦୧୦୦୬୫୨୫)କୁ ସେହି ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି। ଏ ନେଇ ଆକାଶ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Share