ଆକାଶମାର୍ଗରୁ ଫଟୋ ଛାଡ଼ି ନାଁ ପଚାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ବିସ୍ତୀର୍ଣ୍ଣ ସବୁଜିମା। ଏହା ମଧ୍ୟରେ ଦୀର୍ଘ ସଡ଼କ। ଆକାଶ ମାର୍ଗରୁ ଉଠାଯାଇଥିଲା ଏକ ଆଖି ଝଲସି ଯାଉଥିବା ଫଟୋ। ଏପରି ଏକ ଫଟୋକୁ ରବିବାର ଅପଲୋଡ୍‌ କରାଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟରୁ। ସବୁଥର ପରି ସେହି ଫଟୋଟି କେଉଁ ସ୍ଥାନର ବୋଲି ପଚରା ଯାଇଥିଲା। ଆକାଶ ମାର୍ଗରୁ ଉଠାଯାଇଥିବା ଫଟୋଟିକୁ ଦେଖି ସ୍ଥାନ ନିରୂପଣ ପୂର୍ବପେକ୍ଷା କଷ୍ଟକର ଥିଲା। ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟା ୬ଟାରେ ସ୍ଥାନର ନାମ ପ୍ରକାଶ କରିଥିଲେ। ଟୁଇଟ୍‌ କରାଯାଇଥିବା ଫଟୋଟି ଗଜପତି ଜିଲାର ମୁନ୍‌ସିଂଠାରୁ ସେରଙ୍ଗା ବୋଲି ଉଲ୍ଲେଖ କରାଯାଇଥିଲା। ଏହି ଫଟୋ ଚିହ୍ନିବାକୁ ଚେଷ୍ଟା କରିଥିବା ସମସ୍ତ ଟୁଇଟର ବ୍ୟବହାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

Share