ଆକାଶରୁ ରୁପା ବର୍ଷା!

ପାଟନା,୬।୧୧: ବିହାର ରାଜ୍ୟ ସୀତାମାଢ଼ିର ସୁରସଣ୍ଡରେ ଆକାଶରୁ ରୁପା ବର୍ଷା ହେଉଥିବା ଖବର ସାମ୍ନାକୁ ଆସିଛି। ବୁଧବାର ସକାଳେ ଟାଓ୍ବାର ଛକରୁ ବରାହି ଗାଁକୁ ଯାଉଥିବା ରାସ୍ତାରେ ରୁପା ପଡ଼ିଥିବା ନେଇ ଗୁଜବ ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହାପରେ ଗାଁଲୋକେ ଗୁଜବର ସତ୍ୟତା ପରୀକ୍ଷା କରିବା ପାଇଁ ରାସ୍ତା ଉପରେ ବାସନ ଧରି ରୁପା ସଂଗ୍ରହ କରିଥିଲେ। ପ୍ରଥମେ ଏହାକୁ ଅସଲି ରୁପା ନୁହେଁ ବୋଲି କୁହାଯାଉଥିବା ବେଳେ ପରୀକ୍ଷା ପରେ ଏହା ଖାଣ୍ଟି ବୋଲି ଜଣାପଡ଼ିଥିଲା। ତେବେ ଏତେ ପରିମାଣରେ ରୁପା କେଉଁଠାରୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କେହି ଦୁର୍ବୃତ୍ତ ବସ୍ତାରେ ଭରି ଏହାକୁ ଚୋରାଚାଲାଣ କରିବାକୁ ନେଉଥିବା ସମୟରେ ଏହା ରାସ୍ତାରେ ପଡ଼ିଯାଇଥିବା ନେଇ ଅନୁମାନ କରାଯାଉଛି। କାରଣ ଏହି ଗାଁ ନେପାଳ ସୀମାରେ ରହିଥିବାରୁ ଏଠାରେ ମାତ୍ରାଧିକ ସଂଖ୍ୟାରେ ଚୋରାଚାଲାଣ ହୋଇଥାଏ। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share