Categories: ଫୁରସତ

ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ

ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ ଆକାଶ। ସେମାନେ ଉଡ଼ିବା ସମୟରେ ଆକାଶର ରୂପ ଦ୍ୱିଗୁଣିତ ହୋଇଯାଏ। ଆକାଶରେ ବିଭିନ୍ନ ପକ୍ଷୀ ଉଡୁଥିବାର ଦେଖିଥିବେ କିନ୍ତୁ ଜାଣିଛନ୍ତି ଏହି ପକ୍ଷୀମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ଜଓନିଆ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଦକ୍ଷିଣ ଆଫ୍ରିକାରେ କୋରୀ ନାମକ ଏକ ପକ୍ଷୀ ଦେଖିବାକୁ ମିଳିଥାଏ। ଯାହା ଆକାଶରେ ଉଡୁଥିବା ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଓଜନିଆ। ଏହାର ଓଜନ ପ୍ରାୟ ୧୯ କିଲୋଗ୍ରାମ। ଉଡ଼ିବା ସମୟରେ ଏହାର ପର ପ୍ରାୟ ଅଢେଇ ଫୁଟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ। ସେହିପରି ଆଉ ଏକ ଓଜନିଆ ପକ୍ଷୀ ହେଉଛି ଓ୍ବାଣ୍ଡରିଂ ଅଲବ୍‌ଟ୍ରାସ୍‌। ଏହାର ଓଜନ ୮ କିଲୋଗ୍ରାମ। ଏହାର ପର ପ୍ରାୟ ୧୨ ଫୁଟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ।

Share