ଆକାଶରେ ଯାତ୍ରୀ ଅସୁସ୍ଥ: ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଏମିତି ବି ଆସିପାରେ ମୃତ୍ୟୁ। ଘରକୁ ଫେରିବା ସମୟରେ ଆକାଶରେ ଅସୁସ୍ଥତା ଓ ପରେ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାର ଭୁବନେଶ୍ୱରରେ। ଚେନ୍ନାଇରୁ କୋଲକାତା ଯାତ୍ରା କରୁଥିବା ବେଳେ ବାଂଲାଦେଶର ନୁର୍‌ ଶେଖ୍‌ଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଚେନ୍ନାଇ-କୋଲକାତା ଇଣ୍ଡିଗୋ ବିମାନ ଶନିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ୬ଇ୨୯୨ ବିମାନ ଚେନ୍ନାଇରୁ ଅପରାହ୍ନ ୧ଟା ୩୬ରେ କୋଲକାତା ଅଭିମୁଖେ ଉଡ଼ାଣ କରିଥିଲା। ତେବେ ବିମାନରେ ନୁର୍‌ ଶେଖ୍‌ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ୱର ନିକଟ ବିମାନବନ୍ଦର ହୋଇଥିବାରୁ ଏଠାରେ ଅବତରଣ କରିବା ପାଇଁ ପାଇଲଟ୍‌ ଏଟିସିକୁ ଅନୁମତି ମାଗିଥିଲେ। ଏଟିସିଙ୍କଠାରୁ ଅନୁମତି ପାଇବା ପରେ ବିମାନ ଅପରାହ୍ନ ୩ଟା ୧୭ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନବନ୍ଦରରେ ପୂର୍ବରୁ ଏୟାରପୋର୍ଟ ଅଥରିଟୀ ଅଫ୍‌ ଇଣ୍ଡିଆ(ଏଏଆଇ) ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲା। ସଙ୍ଗେ ସଙ୍ଗେ ଉକ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ନୁର୍‌ ଶେଖ୍‌ଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଶନିବାର ସନ୍ଧ୍ୟାରେ କୋଲକାତାରେ ଖରାପ ପାଗ ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଦୁଇଟି ବିମାନ ଜରୁରୀ ଅବତରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଆପଣଙ୍କ ଉପସ୍ଥିତି ସମସ୍ତ…

ଭୁବନେଶ୍ୱର,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି।...

ମଧ୍ୟାହ୍ନ ଭୋଜନରେ ଏହି ସବୁ ଦେଶୀ ଖାଦ୍ୟ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିଛନ୍ତି। ଷ୍ଟୋର୍ଟରରେ ପନିର ଟିକା, ବେବିକର୍ଣ୍ଣ, କୋଳଥ...

ବସ୍‌ରେ ଚିକିତ୍ସା ପାଇଁ ଯାଉଥିଲେ: ସିଟ୍‌ରେ ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧା...

‘ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା): ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍‌ ଡ. ରେଖା ଚତୁର୍ବେଦୀଙ୍କ ପୁସ୍ତକ ‘ଫିଜି ମେଁ ଭାରତୀୟୋଁ କା ଇତିହାସ...

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି...

ସ୍ବାମୀଙ୍କ ସହ ଜେଲ୍‌ ଗଲେ ସହଦେବ ହତ୍ୟାଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା

ଭୁବନେଶ୍ୱର,୧୦ା୧: ବ୍ରାଉନଗୁଗାର ବିକ୍ରି  ଏବଂ ରସୁଲଗଡ଼ ବ୍ରିଜ୍‌ ଉପରେ ସହଦେବ ନାୟକଙ୍କୁ ହତ୍ୟା କରିବା ଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଛି।...

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri