Categories: ଜାତୀୟ

ଆକାଶ ବିଜୟବର୍ଗୀୟ ମାମଲା: ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୨।୭: ମଧ୍ୟପ୍ରଦେଶ ନିଗମକର୍ମୀଙ୍କୁ ମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁହଁ ଖୋଲିଛନ୍ତି। ସଂସଦୀୟ ଦଳ ବୈଠକରେ କାହାର ନାମ ନ ନେଇ ସେ କହିଛନ୍ତି ଏପରି ବ୍ୟକ୍ତିଙ୍କୁ ଦଳରୁ ବାହାର କରିଦେବା ଆବଶ୍ୟକ। ତାଙ୍କର ଦଳରେ କୌଣସି ସ୍ଥାନ ନାହିଁ। ବେଟମାର୍‌ ବିଧାୟକ ଆକାଶ ବିଜୟବର୍ଗୀୟ ଏଭଳି କରିଥିବା ଅଭିଯୋଗ ହୋଇଛି। ଆକାଶ ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ପୁଅ। ମୋଦିଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ,ଜୁନ୍‌ ୨୬ରେ ଇନ୍ଦୋରରେ ଏକ କୋଠାଘର ଭାଙ୍ଗିବାକୁ ଆସିଥିବା ନଗର ନିଗମ କର୍ମଚାରୀଙ୍କୁ ଆକାଶ କ୍ରିକେଟ ବ୍ୟାଟ୍‌ରେ ପିଟିଥିଲେ। ଏହି ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ଦାଏର କରାଯାଇଥିଲା। ପରେ ସେ ଜେଲ ଯଇଥିଲେ। ରବିବାର ତାଙ୍କର ଜାମିନ ମଞ୍ଜୁର ହୋଇଥିଲା।

Share