ଆକ୍ରମଣ ମାମଲା:ସାନଭାଇଙ୍କୁ ମାଡ଼ ମାରି ବଡ଼ ଗଲେ ଜେଲ

ଦିଗପହଣ୍ଡ,୧୩ା୧(ଡି.ଏନ.ଏ.)-ସାନଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ ସୋମବାର ପୋଲିସ ଦିଗପହଣ୍ଡି ବ୍ଲକ କୁମରଡ଼ା ଗ୍ରାମ ବଡ ସାହିର ସନ୍ତୋଷ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲା ନଂ. ୫/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲକୁ ପଠାଯାଇଛି।
ପ୍ରକାଶ ଯେ, ରବିବାର ଅପରାହ୍ନରେ ସୁଶାନ୍ତ ଗଁା ମନ୍ଦିର ସମ୍ମୁଖରେ ଠିଆ ହୋଇଥିଲେ। ପାରିବାରିକ ବିବାଦକୁ କେନ୍ଦ୍ରକରି ସନ୍ତୋଷ ସେଠାରେ ପହଞ୍ଚତ୍ ଏକ ଠେଙ୍ଗାରେ ସୁଶାନ୍ତଙ୍କ ହାତ ଓ ଆଙ୍ଗୁଠିକୁ ପିଟି ଭାଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିିଛିି। ପରିବାର ଲୋକେ ସୁଶାନ୍ତଙ୍କୁ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ନୂଆପଡ଼ା ଫାଣ୍ଡି ପୋଲିସ ସନ୍ତୋଷଙ୍କୁ ଗିରଫ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବେହେରା କହିଛନ୍ତି।

Share