ନୂଆଦିଲ୍ଲୀ,୩।୬: ଭାର ସମ୍ଭାଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବେ ଆକ୍ସନ୍ ମୋଡ୍କୁ ଆସିଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନେଇ ସେ ସୋମବାର ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ, ର ମୁଖ୍ୟ, ଆଇବି ମୁଖ୍ୟ ତଥା ସ୍ବରାଷ୍ଟ୍ର ସଚିବଙ୍କ ସହିତ ଏକ ବୈଠକ କରିଛନ୍ତି। ଏହାପରେ ସେ ସମସ୍ତ ଅର୍ଦ୍ଧସୈନିକ ବଳଙ୍କ ମହାନିର୍ଦ୍ଦେଶକଙ୍କ ସହିତ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ଯୋଗ ଦେବାପରେ ଶାହ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ଦେଇଥିଲେ।