ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଉଛି। ଏହାସତ୍ତ୍ୱେ ଅନେକ ଲୋକ ଏହାକୁ ମାନୁ ନାହାନ୍ତି। କୌଣସି କାମ ନ ଥାଇ ଗାଡ଼ିଧରି ରାସ୍ତାରେ ବୁଲୁଛନ୍ତି। ଏହିଭଳି ଲୋକଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୁରୀ ପୋଲିସ। ବାହାରେ ବୁଲୁଥିବା ଲୋକଙ୍କ ଗାଡ଼ି ଜବତ କରିଛି। ସେହିପରି ସାମାଜିକ ଦୂରତା ରକ୍ଷା କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ମଧ୍ୟାହ୍ନ ସୁଧା ପୁରୀ ପୋଲିସ ପ୍ରାୟ ୪୦ଟି ଗାଡ଼ି ଜବତ କରିଛି। ବଡ଼ଦାଣ୍ଡରୁ ଅଧିକାଂଶ ବାଇକ ଜବତ କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।