ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍ଆଣ୍ଡଏଫ୍ଏସ୍ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ସିଇଓ ଏବଂ ବାଓ୍ବାଙ୍କ ପରିବାର ସଦସ୍ୟଙ୍କୁ ନୋଟିସ ଜାରି କରିଛନ୍ତି। କର୍ପୋରେଟ ମନ୍ତ୍ରଣାଳୟ ପକ୍ଷରୁ ଆଗତ ମାମଲାରେ ଅଭିଯୋଗ କରାଯାଇଛି ଯେ, ବାଓ୍ବାଙ୍କ ଆକାଉଣ୍ଟକୁ ଅଚଳ କରିବା ଲାଗି ଏନ୍ସିଏଲ୍ଟି ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏବଂ ତାଙ୍କ ଆକାଉଣ୍ଟରୁ ୧.୧୪ କୋଟି ଟଙ୍କା ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ତଦନ୍ତରୁ ଏହା ଜଣାପଡିଥିଲା ବୋଲି ମାମଲାରେ କୁହାଯାଇଛି। ଏହାଛଡ଼ା ଆକ୍ସିସ୍ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କରେ ଥିବ ବାଓ୍ବାଙ୍କ ଲକରକୁ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଖୋଲାଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ଉଭୟ ବ୍ୟାଙ୍କ ଏବଂ ବାଓ୍ବାଙ୍କ ସ୍ତ୍ରୀ ଆଶାକିରନ ଏବଂ ଝିଅ ଆକାଂକ୍ଷାଙ୍କୁ ୧୪ ଦିନ ଭିତରେ ଜୋଟିସର ଜବାବ ଦେବାକୁ ଅଦାଲତ ନିିର୍ଦ୍ଦେଶ ଦେଇଛନ୍ତି