ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଅଗ୍ନିକାଣ୍ଡ: ଜଳିଗଲା ବାବାଙ୍କ ବେଶ ପାଇଁ ଲାଗୁଥିବା ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ

ଆରଡ଼ି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ବାବାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି । ଦୈନଦିନ ହେଉଥିବା ବାବାଙ୍କ ବଡ଼ସିଂହାର ବେଶ ଓ ଅନ୍ୟାନ୍ୟ ବେଶ ପାଇଁ ଆବଶ୍ୟକ ଲୁଗା ଗାଣ୍ଠି, ପୁରୁଣା ପୋଥି, ବିଭିନ୍ନ ପୁରାଣ ଗ୍ରନ୍ଥ, ଜଗନ୍ନାଥ ମୂର୍ତ୍ତି, ତମ୍ବା ଓ ପିତ୍ତଳ ନାଗ ସମେତ ବାସନକୁସନ ପୋଡ଼ି ଯାଇଥିବା ଜଣାପଡିଛି । ଖବର ପାଇ ଧାମନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।