ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼

ଆରଡ଼ି,୨୧।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିି ଉତ୍ସବମୁଖର ହୋଇଉଠିଛି। ଶ୍ରଦ୍ଧାଳୁମାନେ ରାତିରୁ ଲମ୍ବାଧାଡ଼ିରେ ଆସି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶିବରାତ୍ରିରେ ବାବାଙ୍କୁ ଦର୍ଶନ କଲେ କୋଟିଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରଡ଼ି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନେ ଯେପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି। ସେବାୟତମାନେ ମଧ୍ୟ ବାବାଙ୍କର ସେବାକାର୍ଯ୍ୟ ଜାରି ରଖିଛନ୍ତି ।