ଆରଡ଼ି,୪।୯(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରା ପାଟଣା ଛକରେ ବୁଧବାର ବାଇକ୍ ଚାଳକଙ୍କୁ ହେଲମେଟ ପିନ୍ଧିବାକୁ ସଚେତନ କରାଯାଇଛି। ଦୋହରା ପାଟଣାର ନୀଳମାଧବ ୟୁଥ୍ କ୍ଲବର ସଦସ୍ୟମାନେ ଆଖଣ୍ଡଳମଣି-ଭଦ୍ରକ ରାଜପଥରେ ବାଇକ୍ ଚାଳକଙ୍କୁ ହେଲ୍ମେଟ ପିନ୍ଧିବା ସହ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରପୁର ସରପଞ୍ଚ ଶ୍ରୀକାନ୍ତ ନାୟକ ସାମିଲ ଥିଲେ।