ଆରଡ଼ି, ୧୦।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଆରଡ଼ିରେ ଶୁକ୍ରବାର ରାତିଠାରୁ ବୁଲ୍ବୁଲ୍ର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଶନିବାର ସକାଳେ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡ଼ାରୁ ନେତ ଉଡ଼ିଯାଇଥିଲା। ମନ୍ଦିରରୁ ନେତ ଉଡ଼ିଯିବାରୁ ନୀତକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ପରେ ସେବାୟତମାନେ ପୁନଶ୍ଚ ମନ୍ଦିର ଚୂଡ଼ାରେ ନେତ ବାନ୍ଧିଥିଲେ। ଏହାଛଡ଼ା ମନ୍ଦିର ବେଢ଼ାରେ ପଞ୍ଚୁକ ପାଇଁ ସ୍ଥାପନ ହୋଇଥିବା ସପ୍ତା ମଣ୍ଡପ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଫଳରେ ଶ୍ରୀଜଗନ୍ନାଥଙ୍କ ପ୍ରତିମାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖନୀୟ ଯେ, ୧୯୯୯ ମସିହା ମହାବାତ୍ୟାରେ ଏହି ମନ୍ଦିରରୁ ନେତ ଉଡ଼ିଯାଇଥିଲା। ଏହାର ୨୦ବର୍ଷ ପରେ ବୁଲ୍ବୁଲ୍ ବାତ୍ୟା ପ୍ରଭାବରେ ପୁଣିଥରେ ନେତ ଉଡ଼ିଯାଇଛି।