ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଜିଲା ପ୍ରଶାସନ ମନ୍ଦିର ବନ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ୪୦୦/୧୯.୦୩.୨୦ ଜାରି କରିଥିଲା। ସେଥିରେ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ସହ ସେବାୟତମାନେ ପୂର୍ବପରି ନୀତିକାନ୍ତି ଚାଲୁ ରଖିବେ ବୋଲି ସୂଚନା ଦିଆଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନ ପ୍ରୟାସ ଜାରି ରଖିଥିବା ଜଣା ପଡିଛି। ସେବାୟତ ମାନେ ମନ୍ଦିରରେ ସମସ୍ତ ନୀତିକାନ୍ତି ଜାରି ରଖିଛନ୍ତି । ଗୁରୁବାର ରାତିରେ ହୋଇଥିବା ବନ୍ଦ ନିଷ୍ପତ୍ତି ଭକ୍ତଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ଏଣୁ କିଛି ଭକ୍ତ ଆଜି ଆରଡିକୁ ଆସି ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଥିବା ଦେଖାଯାଇଛି।

Share