ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ର ସିଜନ ୧୧ ଅଡିଶନ୍‌ ଚାଲିଛି। ନେହା ଏହି ଶୋ’କୁ ହୋଷ୍ଟ କରୁଥିବାବେଳେ ଷ୍ଟେଜ ଉପରେ ଜଣେ ପ୍ରତିଯୋଗୀ ତାଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦର୍ଶକ ମଧ୍ୟ ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନ ଥିଲେ। ଏବେ ଜଣେ ପ୍ରତିଯୋଗୀଙ୍କ ପାଇଁ ଲୁହ ଗଡାଇ ପୁଣି ଥରେ ଟ୍ରୋଲ୍‌ ହୋଇଛନ୍ତି ନେହା। ଅଡିଶନରେ ଗୀତ ଗାଇବାକୁ ଆସିଥିବା ଜଣେ ପ୍ରତିଯୋଗୀ ନିଜ ସଂଘର୍ଷ କାହାଣୀ ଶୁଣାଇଥିଲେ। ଏହା ଶୁଣି ନେହା ନିଜ କୋହ ସମ୍ବରଣ କରି ନ ପାରି କାନ୍ଦିପକାଇଥିଲେ। ଏହା ଦେଖି ଫ୍ୟାନ୍‌ମାନେ ତାଙ୍କ ମଜାକ୍‌ ଉଡାଇବାକୁ ପଛାଇନାହାନ୍ତି। କେହି କେହି ଦର୍ଶକ ନେହାଙ୍କୁ ଡ୍ରାମାବାଜ୍‌ ଆଖ୍ୟା ଦେଇଛନ୍ତି।

Share