Categories: ଜାତୀୟ

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ ପରିଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି ବହୁ ଲୋକ। ହାତରେ ଫଟୋ ଧରି ମୃତଦେହ ରଖାଯାଇ ଥିବା ସ୍ଥାନରେ ସନ୍ଧାନ ଲାଗି ରହିଛି। କେତେକ ପୋଲିସ ଷ୍ଟେଶନରେ ବୁଲି ବୁଲି ନିଖୋଜଙ୍କ ସମ୍ପର୍କରେ ଏତଲା ଦାଏର କରୁଛନ୍ତି। ଶୀଘ୍ର ଖବର ଦେବାକୁ କାକୁତି ମିନତି ହେଉଛନ୍ତି। ଏଭଳି ଦୃଶ୍ୟ ପ୍ରାୟ ଦେଖିବାକୁ ମିଳୁଛି। କେହି କେହି ହିଂସା ଅଞ୍ଚଳରେ ପଡ଼ିଥିବା ଛିଣ୍ଡା ପ୍ୟାଣ୍ଟ ଶର୍ଟରୁ ପ୍ରିୟ ପରିଜନଙ୍କୁ ଚିହ୍ନିବାର ପ୍ରୟାସ କରୁଛନ୍ତି। ନିଖୋଜଙ୍କ ସମ୍ପର୍କରେ କିଛି ତଥ୍ୟ ପାଇବା ଆଶାରେ କେତେକ ପାଉଁଶଗଦା ମଧ୍ୟ ଘାଣ୍ଟିବାରେ ଲାଗିଛନ୍ତି। ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ହିଂସା ପରବର୍ତ୍ତୀ ଏଭଳି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରୁଛି।

Share