ଆଖିରେ ଆଲୁଅ ହୋଇଥିଲେ…

ଅତ୍ୟଧିକ ଗରମ ବା ପେଟ ଗରମ ହେଲେ ଆଖିପତାରେ ଆଲୁଅ ଉଠିଥାଏ। ଏହା ଖୁବ୍‌ ଯନ୍ତ୍ରଣାଦାୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାକୁ ଠିକ୍‌ କରାଯାଇ ପାରିବ, ଜାଣନ୍ତୁ…
-ଗ୍ରୀନ୍‌ ଟି ବ୍ୟାଗକୁ ଏକ କପ୍‌ ଗରମ ପାଣିରେ ବୁଡାଇ ରଖନ୍ତୁ। ଏହା ଭଲଭାବେ ଭିଜିଗଲା ପରେ ସେହି ପାଣିକୁ ନେଇ ଆଖି ଧୋଇ ଦିଅନ୍ତୁ। ଏପରି କଲେ ଆଲୁଅ ଭଲ ହୋଇଥାଏ।
-ଦୁଇ କପ ପାଣିରେ ଏକଚାମଚ ହଳଦୀ ମିଶାଇ ଭଲ ଭାବେ ଫୁଟାଇ ରଖନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଆଲୁଅ ଉଠିଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।
-ଆଲୋଭେରା ଜେଲ୍‌ ବା ଘିକୁଆଁରି ରସ ବାହାର କରି ଆଲୁଅ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଆରାମ ଲାଗିବ। ଏହା ବ୍ୟାକ୍ଟେିରିଆ ମାରିବା ସହ ଇନଫେକ୍ସନ୍‌ ହେବାକୁ ଦେଇ ନ ଥାଏ।