Categories: ଖେଳ

ଆଖିରେ କପଡା ବାନ୍ଧି ଏହିଭଳି ଖାଦ୍ୟ ଚିହ୍ନିଲେ ଇର୍ଫାନ, ହରଭଜନ

ଇନ୍ଦୋର,୮।୧: ଭାରତ-ଶ୍ରୀଲଙ୍କା ଭିତରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ କିଛି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କମେଣ୍ଟର ଇର୍ଫାନ ପଠାନ, ହରଭଜନ ସିଂହ ଓ ଜତିନ ସପ୍ରୁ ସହରର ଏକ ହୋଟେଲରେ ୪ଘଣ୍ଟା ସମୟ ବିତାଇଥିଲେ। ମଧ୍ୟପ୍ରଦେଶର ମାଲଓ୍ବା ଅଞ୍ଚଳର ସବୁଠାରୁ ଲୋକପ୍ରିୟ ଖାଦ୍ୟ ଖାଇବାର ସେମାନେ ମଜା ଉଠାଇଥିଲେ। ଇର୍ଫାନ ଓ ହରଭଜନ ନିଜ ଆଖିରେ କପଡା ବାନ୍ଧି ସମସ୍ତ ଖାଦ୍ୟକୁ ଚାଖି ଉକ୍ତ ବ୍ୟଞ୍ଜନର ନାଁ କହିଥିଲେ। ଏଥିରେ ଦାଲ-ବାଫ୍‌ଲା, ଚୁରମାଠାରୁ ଆରମ୍ଭ କରି ପ୍ରାୟ ୧୫ପ୍ରକାରର ବ୍ୟଞ୍ଜନ ରହିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।

Share