Categories: ଅପରାଧ

ଆଖିରେ ଲଙ୍କା ଗୁଣ୍ଡ ପକାଇ ମହିଳାଙ୍କଠାରୁ ପର୍ସ ନେଇଗଲେ ଦୁର୍ବୃତ୍ତ

ଜଲନ୍ଧର, ୨୨।୬- କରୋନା ଭାଇରସ୍‌ ଲାଗି ଭାରତରେ ବର୍ତ୍ତମାନ ୫ମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଚାଲିଛି। ଲକ୍‌ ଡାଉନ ଯୋଗୁ ଚାରିଆଡ଼େ ପୋଲିସର କଡ଼ା ପ୍ରହରା ସତ୍ତ୍ୱେ ଦିନ ଦ୍ୱିପହରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ପର୍ସ ଚୋରି କରିନେଇଥିବାର ଖବର ଆସି ପହଞ୍ଚତ୍ଛି। ପଞ୍ଜାବର ଜଲନ୍ଧରରେ ଏହି ଘଟଣା ଘଟିଛି। ଅମରଜିତ୍‌ କୌର ନାମକ ଜଣେ ମହିଳା ପଇଡ଼ ପିଉଥିବାବେଳେ ବାଇକରେ କିଛି ଦୁବୃର୍ତ୍ତ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ପିଙ୍ଗିଦେଇଥିଲେ। ଏହାପରେ ମହିଳାଙ୍କ ଧରିଥିବା ପର୍ସ ଛଡ଼ାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। କରୋନା ଲାଗି ସହର ସାରା ପୋଲିସ ମାକ୍ସ ଚେକ୍‌ କରୁଥିଲେ ମଧ୍ୟ ଦୁବୃର୍ତ୍ତମାନେ ଅନାସୟରେ ଖସି ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ଦୁବୃର୍ତ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।