ପାଟନା,୧୩।୯: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ତ୍ରୀ ଐଶର୍ଯ୍ୟା କାନ୍ଦି କାନ୍ଦି ନିଜ ବାପଘରକୁ ଚାଲିଯାଇଥିବା ଜଣାପଡ଼ିଛି। ତେଜ ପ୍ରତାପଙ୍କ ସହ ମତାନ୍ତର ହେବା ପରେ ଐଶର୍ଯ୍ୟା ଶାଶୁ ରାବ୍ରୀ ଦେବୀଙ୍କ ଦେବୀଙ୍କ ସହ ଘରେ ରହୁଥିଲେ। କିନ୍ତୁ ଶୁକ୍ରବାର ହଠାତ୍ ଐଶର୍ଯ୍ୟା ଘରୁ କାନ୍ଦି କାନ୍ଦି ବାହାରକୁ ବାହାରି ଏକ କାର୍ରେ ନିଜ ବାପଘରକୁ ଚାଲିଯାଇଥିଲେ। ଆଉ ଏହି ଗାଡ଼ି ଐଶ୍ୱର୍ଯ୍ୟାଙ୍କ ବାପା ଆର୍ଜେଡି ନେତା ଚନ୍ଦ୍ରିକା ରାୟ ପଠାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୮ ମେ’ରେ ତେଜପ୍ରତାପ ଓ ଐଶର୍ଯ୍ୟାଙ୍କ ବିବାହ ହୋଇଥିଲା। ହେଲେ ବିବାହର ୫ମାସ ପରେ ତେଜ ପ୍ରତାପ ପାଟନା ହାଇକୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି। ପୂର୍ବରୁ ଦୁହିଁଙ୍କ ସମ୍ପର୍କରେ ସୁଧାର ଆସିଯାଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସଫା ସଫା ଖଣ୍ଡନ କରିଥିଲେ ତେଜ ପ୍ରତାପ।