ଆଖି କ୍ୟାନ୍‌ସର ପାଇଁ ଇଞ୍ଜେକ୍‌ଶନ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ହେଉଛି। ତଥାପି କେତେକ ରୋଗ ଆଜି ମଧ୍ୟ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଠିଆ ହୋଇଛି। ତନ୍ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ନିକଟରେ ଆମେରିକୀୟ କ୍ୟାନ୍‌ସର ବିଜ୍ଞାନୀମାନେ ଏକ ନୂଆ ଇଞ୍ଜେକ୍‌ଶନ ପ୍ରସ୍ତୁତ କରିଛନ୍ତି। ଏହି ଇଞ୍ଜେକ୍‌ସନଟି ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହେବ ବୋଲି ସେମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ବ୍ୟବହାରକରି ସଫଳତା ମିଳିଛି ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଇଞ୍ଜେକ୍‌ଶନ ନେବାକୁ ୦.୨ ଏମ୍‌ଏମ୍‌ ଛୁଞ୍ଚତ୍ ବ୍ୟବହାର କରାଯାଇଥାଏ। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏହି ଇଞ୍ଜେକ୍‌ଶନ ନେବା ପରେ ଜଣେ ଆଖି କ୍ୟାନ୍‌ସର ରୋଗୀ ଏପରି ଯନ୍ତ୍ରଣାରୁ ଅନେକାଂଶରେ ଉପଶମ ପାଇପାରିବ। ଏପରି ଇଞ୍ଜେକ୍‌ଶନକୁ ପରୀକ୍ଷା କରିବା ସମୟରେ ସେମାନେ ଏହାର ପରିସରଭୁକ୍ତ ଆଖି କ୍ୟାନ୍‌ସର ରୋଗୀଙ୍କୁ ସପ୍ତାହକୁ ଥରେ (ଛଅ ସପ୍ତାହ ପର୍ଯ୍ୟନ୍ତ) ଏହାକୁ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ରୋଗୀ ଏପରି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ଲାଭ କରିଥିବାର ଜଣାପଡ଼ିଥିଲା।