ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର। ସେଭଳି ଏକ ପ୍ଲାଟଫର୍ମ ହେଉଛି ‘ଟିକ୍‌ଟକ୍‌’। ଘରେ ଘରେ ପରିଚିତ ଏହି ସୋସିଆଲ ମିଡିଆ ଜରିଆରେ ବ୍ୟବହାରକାରୀ ନିଜ ଭିତରେ ଲୁଚି ରହିଥିବା ନୃତ୍ୟ, ଅଭିନୟ ଭଳି କଳାକୁ ଜାହିର କରୁଛନ୍ତି। ଏହି କଳାକାରଙ୍କ ଭିତରୁ କିଛି ବଲିଉଡ୍‌ ଅଭିନେତାଙ୍କ ଅବିକଳ ନକଲ ପରି ମନେ ହୁଅନ୍ତି। ଏଥିପାଇଁ ଟିକ୍‌ଟକ୍‌ରେ ସେମାନଙ୍କର ଫଲୋଅର୍ସ ସଂଖ୍ୟା ମଧ୍ୟ ଅଧିକ। ପୂର୍ବରୁ କାଟ୍ରିନା, ପ୍ରିୟଙ୍କା, ଐଶ୍ୱର୍ଯ୍ୟା, ମଧୁବାଲାଙ୍କ ଭଳି ଦେଖାଯାଉଥିବା ଯୁବତୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଥିଲା। ଏବେ କିଆରା ଆଡଭାଣୀଙ୍କ ନକଲ ପରି ଦିଶୁଥିବା ଜଣେ ଯୁବତୀଙ୍କ ଭିଡିଓ ହୋଇଛି ଭାଇରାଲ। ସେଭଳି କିଛି ଟିକ୍‌ଟକ୍‌ ଷ୍ଟାରଙ୍କୁ ଜାଣନ୍ତୁ।

ପ୍ରିୟଙ୍କା ଚୋପ୍ରା:
ଅମାୟା ଡୋଗରେ ନାମକ ଜଣେ ଯୁବତୀ ଟିକ୍‌ଟକ୍‌ ଷ୍ଟାର। ସେ ନିଜର ଆକାଉଣ୍ଟରେ ପ୍ରିୟଙ୍କାଙ୍କ ଭଳି ଭିଡିଓ ଶେୟାର କରି ଲୋକପ୍ରିୟ। ଅମାୟା ସେତେଟା ପ୍ରିୟଙ୍କା ଭଳି ଦିଶୁ ନ ଥିଲେ ହେଁ ତାଙ୍କର ଗୀତରେ ଭଲ ମିମିକ୍ରି କରିପାରନ୍ତି।

କଟ୍ରିନା କୈଫ:
କଟ୍ରିନାଙ୍କ ଭଳି ନଜର ଆସୁଥିବା ଟିକ୍‌ଟକ୍‌ ଷ୍ଟାର ହେଲେ ଏଲିନା ରାୟ। ସେ ବମ୍ବେର ଜଣେ ଫ୍ୟାଶନ ବ୍ଲଗର। ଟିକ୍‌ଟକ୍‌ରେ ତାଙ୍କର ଭିଡିଓକୁ ବେଶି ଲୋକେ ଦେଖିଥାନ୍ତି। ଏପରିକି ତାଙ୍କୁ ଟିକ୍‌ଟକ୍‌ କୁଇନ ମଧ୍ୟ ଅନେକେ କୁହନ୍ତି।

ମଧୁବାଲା:
ପ୍ରିୟଙ୍କା କାଣ୍ଡଓ୍ବାଲ ଟିକ୍‌ଟକ୍‌ର ମଧୁବାଲା ଭାବେ ବେଶ ପରିଚିତ। ସେ ପ୍ରାୟତଃ ମଧୁବାଲାଙ୍କ ଭିଡିଓ ପ୍ରସ୍ତୁତ କରି ଟିକ୍‌ଟିକ୍‌ରେ ଛାଡ଼ିଥାନ୍ତି।

ରେଖା:
ଟିକ୍‌ଟକ୍‌ରେ ସିମ୍ମି ଠାକୁର ରେଖାଙ୍କୁ ନକଲ କରିଆସୁଛନ୍ତି।

ଶ୍ରୀଦେବୀ:
ରାକ୍ଷୀ ନାମରେ ଜଣେ ଯୁବତୀ ଶ୍ରୀଦେବୀଙ୍କ ନକଲ ପରି ଲାଗନ୍ତି। ସେ ଟିକ୍‌ଟକ୍‌ରେ ଶ୍ରୀଦେବୀଙ୍କ ଭଳି ମେକ୍‌ଅପ୍‌ କରି ବଡ଼ ବଡ଼ ଆଖି ଦେଖାଇ ଭିଡିଓ ପୋଷ୍ଟ କରୁଛନ୍ତି, ଯାହାକି ଭାଇରାଲ ହେଉଛି।

ଆଲିଆ ଭଟ୍ଟ:
ଫିଲ୍ମ ‘ଗଲି ବୟ’ରେ ଆଲିୟାଙ୍କୁ ଲୁକ୍‌ ବେଶ୍‌ ହିଟ୍‌ ହୋଇଥିଲା। ଏବେ ଟିକ୍‌ଟକ୍‌ରେ ଜଣେ ଯୁବତୀ ଆଲିଆଙ୍କ ଏହି ଲୁକ୍‌କୁ କପି କରି ତାଙ୍କ ଭଳି ନଜର ଆସିବାକୁ ନେଇ ଚର୍ଚ୍ଚାରେ।

Share