ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ନିଦରେ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ । ଏହି ସମୟରେ ହ୍ୟୁମ୍ୟାନ ଗ୍ରୋଥ୍‌ ହରମୋନ୍‌ କ୍ଷରିତ ହୋଇଥାଏ। ଯାହାକି ଶରୀର ବିକାଶରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକ ଶୋଉଥିବା ନବଜାତକଙ୍କର ଶାରୀରିକ ବିକାଶ ଶୀଘ୍ର ହୁଏ। ନିଦ ସମୟରେ କିନ୍ତୁ ନାକର କାର୍ଯ୍ୟ କ୍ଷମତା କମିଯାଇଥାଏ। ତେଣୁ ଏହି ସମୟରେ ସୁଗନ୍ଧ କିମ୍ବା ଦୁର୍ଗନ୍ଧ ସମ୍ପର୍କରେ ମଣିଷ ଜାଣିପାରେ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଅବଚେତନ ଅବସ୍ଥାରେ ମଧ୍ୟ ଆଖି ଜାଗ୍ରତ ଥିବାରୁ ମଣିଷ ଦେଖିଥାଏ ସ୍ବପ୍ନ। ମଣିଷ ଦେଖୁଥିବା ଭଲ ଏବଂ ଖରାପ ସ୍ବପ୍ନ ହିଁ ଉଠିବା ପରେ ଜୀବନକୁ କରିଥାଏ ପ୍ରଭାବିତ। ତେଣୁ ଖରାପ ସ୍ବପ୍ନ ଦେଖିଲେ ମନ ଖରାପ ହେଉଥିବାବେଳେ ଭଲ ସ୍ବପ୍ନ ମନ ପ୍ରଫୁଲ୍ଲିତ କରିିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share