ଆଖି ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର ରସ…

ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ସୁଫଳ । ଏହା ଶରୀରରେ କୋଲେଷ୍ଟରଲସ୍ତର ହ୍ରାସ କରିବାରେ ମହୋଷଧି ଭଳି କାମ କରିଥାଏ। ହୃଦ୍‌ ସମସ୍ୟାରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଥାଏ। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ଫାଇବର, ପ୍ରୋଟିନ୍‌, ଭିଟାମିନ୍‌-ଏ, ସି, କେ, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ। ଏହାର ଜୁସ୍‌ ନିୟମିତ ପିଇଲେ ସମସ୍ତ ପ୍ରକାର ଆଖି ସମସ୍ୟା ଦୂର ହୋଇଥାଏ।