Categories: ଜାତୀୟ

ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା ଦାବିରୁ ୫ଟି ଦାବିକୁ ମୋଦି ସରକାର ସ୍ବୀକାର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କୃଷକଙ୍କ ୧୧ ସଦସ୍ୟ ପ୍ରତିନିଧିମଣ୍ଡଳ ଦିଲ୍ଲୀର କୃଷି ଭବନରେ କୃଷି ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ସାକ୍ଷାତକାର କରିଥିଲେ। କୃଷକ ସଙ୍ଗଠନ ଓ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ସରକାର ସେମାନଙ୍କର ୫ଟି ଦାବି ମାନି ନେଇଛନ୍ତି। ଏହାପରେ କୃଷକ ସଙ୍ଗଠନ ନିଜର ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ।

Share