Categories: ଜାତୀୟ

ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍‌ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଡ୍‌ ଜିଲାରେ ୪ ହଜାର ୬ ଶହ ୫ ଜଣ ମହିଳାଙ୍କର ଗର୍ଭାଶୟ କଢ଼ାଯାଇଥିବା କୁହାଯାଉଛି। ଗତ ୩ ବର୍ଷ ମଧ୍ୟରେ ଏହା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଏକ ରିପୋର୍ଟ ସ୍ବାସ୍ଥ୍ୟ ମନ୍ତ୍ରୀ ଏକନାଥ ସିନ୍ଧେ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁଖ୍ୟ ସଚିବଙ୍କ ଏକ କମିଟି ଗଠନ କରାଯାଇ ଏହାର ଯାଞ୍ଚ୍‌ କରାଯିବ ବୋଲି ସିନ୍ଧେ ସୂଚନା ଦେଇଛନ୍ତି। ଏସବୁ ଘଟଣାରେ ୯୯ ପ୍ରତିଶତ ଅପରେଶନ ଘରୋଇ ହସ୍ପିଟାଲରେ ହୋଇଥିବା କୁହାଯାଉଛି।

Share