Advertisement

ଆଗକୁ ମାତ୍ର ୧୦ ଘଣ୍ଟାରେ ପହଞ୍ଚିହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୨୦।୬: ଆଗାମୀ ୪ ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ୫ ଘଣ୍ଟା କମ୍‌ କରିଦେବାକୁ ଚିନ୍ତା କରିଛି। ତେବେ ଦିଲ୍ଲୀରୁ ହାଓ୍ବଡା ମାତ୍ର ୧୨ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। ଏବେ ରାଜଧାନୀ ଏକ୍ସପ୍ରେସ ସର୍ବାଧିକ ୧୩୦ କିଲୋମିଟର ଗତିରେ ଯାଉଥିବା ବେଳେ ଆଗାମୀ ୪ ବର୍ଷ ମଧ୍ୟରେ ଏହା ୧୬୦ କିଲୋମିଟର ଗତିରେ ଦୌଡିବ ବୋଲି ଲକ୍ଷ୍ୟ ରଖିଛି ରେଲଓ୍ବେ। ଏହି ଯୋଜନା ପାଇଁ ପାଖାପାଖି ୧୩ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାର ମଞ୍ଜୁରି ପାଇଁ ରେଲଓ୍ବେ ତରଫରୁ ପ୍ଲାନ ଶହେ ଦିନ ଯୋଜନାରେ କ୍ୟାବିନେଟ କମିଟି ନିକଟକୁ ପଠାଯାଇଛି। ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଏହାର କାମ ଆରମ୍ଭ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share