ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ: ଶ୍ରେଣୀଗୃହରେ ଅଚେତ ହେଲେ ଛାତ୍ରୀ, ଚାଲିଛି ଚିକିତ୍ସା

ବନ୍ତ, ୧୪।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ କକ୍ଷରେ ବୁଧବାର କେତେକ ଛାତ୍ରୀ ହଠାତ୍‌ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଛନ୍ତି। ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୬ ଛାତ୍ରୀ ଅଧିକ ଅସୁସ୍ଥ ଥିବା ଜଣାପଡ଼ିଛି।