ଆଗରପଡା ମେଲଣରେ ୬୦ରୁ ଉର୍ଦ୍ଧ୍ୱ ବିମାନ

ବନ୍ତ, ୧୦ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ରାମଗଡ ମେଲଣରେ ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନ ବିରାଜମାନ ହୋଇଛନ୍ତି। ମଙ୍ଗଳବାର ଭୋର ୪ଟାରେ ବାଣ ରୋଷଣୀ ସହିତ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ବିମାନଗୁଡିକ ଆସି ମେଲଣ ପଡିଆରେ ପହଞ୍ଚିଥିଲେ । ସକାଳଠାରୁ ମଣ୍ଡପ ପରିସର ରେ ଭଜନ କୀର୍ତ୍ତନ ଚାଲୁଛି । ଭିଡ ନିୟନ୍ତ୍ରଣ ପାଇଁ କମିଟି ସଦସ୍ୟ ଓ ଆଗରପଡା ପୋଲିସ ମୁତୟନ ରହିଛନ୍ତି ।
ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।