Categories: ଖେଳ

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ରହିଛି ଭାରତ। ପରାସ୍ତ ପରେ ଭାରତୀୟ ଦଳରେ ବିଷାଦର ମାହୋଲ ସୃଷ୍ଟି ହୋଇଛି। ଗୁରୁବାର ମାଞ୍ଚେଷ୍ଟରରୁ ହୋଟେଲ ଛାଡିବା ପରେ ଖେଳାଳିଙ୍କ ମୁହଁରୁ ଏହା ସ୍ପଷ୍ଟ ବାରିହୋଇପଡିଥିଲା। ଅଧିନାୟକ ବିରାଟ କୋହଲି ହୋଟେଲ ଛାଡି ଆଗେ ଆଗେ ଯାଉଥିବାବେଳେ ତାଙ୍କ ପଛରେ ଥିଲେ ସ୍ତ୍ରୀ ଅନୁଷ୍କା। ସେହିପରି ରୋହିତ ଶର୍ମା, କେଦାର ଯାଦବ ହୋଟେଲରୁ ବାହାରିଲାବେଳେ ସେଠାରେ ଉପସ୍ଥିତ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ସୂଚନାଯୋଗ୍ୟ, ଟିକେଟ ବୁକିଂ ହୋଇପାରି ନ ଥିବା କାରଣରୁ ଭାରତୀୟ ଦଳ ଜୁଲାଇ ୧୪ରେ ସ୍ବଦେଶ ଫେରିବ।

Share