Categories: ଜାତୀୟ

ଆଗାଥାଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ,୨୨-୧୧:ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୁରା ଏମ୍‌ପି ଆଗାଥା ସଙ୍ଗ୍‌ମା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୋକ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ପି.ଏ. ସଙ୍ଗ୍‌ମାଙ୍କ ଝିଅ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସଙ୍ଗ୍‌ମାଙ୍କ ଭଉଣୀ ଆଗାଥା ପାଟ୍ରିକ୍‌ ରୋଙ୍ଗମା ମାରାକଙ୍କୁ ବିବାହ କରିଛନ୍ତି। ପାଟ୍ରିକ୍‌ ଶିଲଂସ୍ଥିତ ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଆଣ୍ଡ ମେଡିକାଲ୍‌ ସାଇନ୍ସେସ୍‌ରେ କାର୍ଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ କନରାଡ୍‌ଙ୍କ ଏକ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି, ଏହି ଶୁଭ ଅବସରରେ ଆଗାଥା ଓ ପାଟ୍ରିକ୍‌ଙ୍କୁ ଶୁଭେଚ୍ଛା। ବନ୍ଧୁ ସ୍ବର୍ଗତ ସଙ୍ଗମା ଜୀବିତ ଥିଲେ ଝିଅର ବାହାଘର ଦେଖି ଖୁସି ହୋଇଥାନ୍ତେ।

Share