ଆଗାମୀ ଦିନରେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇପାରେ, କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣକୁ କମ୍ କରନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ରେ ପହଁଞ୍ଚିଛି । ଯେତେବଳେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ସେତେବେଳେ ସରକାରୀ କଳର କାମ ବଢିଯାଏ । ପ୍ରଥମେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ ପରେ ସେ କେଉଁ ସ୍ଥାନକୁ ଯାଇଥିଲେ, ସେଠାରେ କାହା ସଂସ୍ପର୍ଶରେ ଆସିଥିଲେ ଖୋଜା ଯାଇଥାଏ l ପରେ ରାତାରାତି ସେମାନଙ୍କ ସହ ଯୋଗାଯୋଗ କରାଯାଏ। ଯଦି ପୁଣି ଆକ୍ରାନ୍ତ ବାହାରନ୍ତି ତେବେ ପୁଣି ସମାନ କଥାର ପୁନରାବୃତ୍ତି କରାଯାଇଥାଏ। ଆଗାମୀ ଦିନରେ ଏପରି ହେଲେ ଶାସନ ବ୍ୟବସ୍ଥା ଉପରେ ଚାପ ଏବଂ ବୋଝ ବଢିବ। ପ୍ରଥମେ ପଜିଟିଭ ନମୂନା, ପରେ ଟ୍ରାକିଂ କର୍ମଚାରୀ ସଂଖ୍ୟା, ଗାଡି, କୋଭିଡ ଟେଷ୍ଟ ପରିମାଣ, ଶେଷରେ ନୂଆ ମାମଲା ସଂଖ୍ୟା ବୃଦ୍ଧି ହେବାରେ ଲାଗିବ । କୌଣସି ସରକାର ସେହି ସ୍ଥିତିକୁ ସମ୍ଭାଳି ପାରିବ ନାହିଁ l ଏଥିପାଇଁ ବହୁତ ସାଧନର ଆବଶ୍ୟକତା ରହିଛି l ଏଣୁ ଏବେଠାରୁ ସରକାରଙ୍କୁ ସାହାଯ୍ଯ କରନ୍ତୁ l ନିଜେ ସଚେତନ ହୋଇ ଆଗକୁ ଆସନ୍ତୁ l କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣ କୁ କମ୍ କରନ୍ତୁ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share