ଆଗାମୀ ମାସେ ଆମପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଆମାଗୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଏହି ସମୟ ଆମ ପାଇଁ କଠିନ ରହିବ। ତେବେ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଦୁଇ ମାସ ଲକ୍‌ଡାଉନ ସମୟରେ ଆମେ ବହୁତ କିଛି ଶିଖିବାକୁ ପାଇଛୁ। ବିଶେଷକରି ଏହି ସମୟରେ ବୈଜ୍ଞାନିକ, ସାମାଜିକ ଓ ପ୍ରଶାସନିକ ଶିକ୍ଷା ମିଳିଛି। ଏହି ଶିକ୍ଷାକୁ ଆଧାରକରି ଆମକୁ ଷ୍ଟ୍ରାଟେଜି ପୁନର୍ଗଠନ କରିବାକୁ ପଡ଼ିବ। ସାମାଜିକ ଦୂରତା, ମାସ୍କ, ହାତଧୁଆ ଦ୍ୱାରା ମହାମାରୀ ବିସ୍ତାରକୁ ରୋକିହେବ। ସାମାଜିକ ଦୂରତା ସାମାଜିକ ବୟକଟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ସରପଞ୍ଚ ଏବଂ ପୋଲିସ କର୍ମଚାରୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି।

Share