ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !

ଇସଲାମାବାଦ୍‌,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍‌ ଉଲେମା ଇ-ଇସଲାମ୍‌-ଫଜଲ୍‌ ମୁଖ୍ୟ ମୌଲାନା ଫଜଲୁର୍‌ ରହେମାନ ସୋମବାର ସୂଚନା ଦେଇଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌ ଦେଇ ସେ ଏଭଳି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଇସ୍ତଫା ଦାବି କରୁଛନ୍ତି। ଦେଶରେ ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡ଼ିକର ଦର ମହଙ୍ଗା ହେବାରୁ ଲୋକେ ହଇରାଣ ହେଉଛନ୍ତି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଖୁବ୍‌ ଶୀଘ୍ର ଦେଶର ରାଜନୈତିକ ସ୍ଥିତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି ବୋଲି ସେ କହିଛନ୍ତି।

Share