ଆଙ୍କରିଂ ଯାହାର ନିଶା

ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ସେ ହେଲେ ମାନସୀ ମିଶ୍ର। ବମ୍ବେରେ ଜନ୍ମିତା ଏହି ଆଙ୍କରଙ୍କ ମଧ୍ୟ ଅଭିନୟ ପ୍ରତି ରୁଚି ରହିଛି। ୨୦୧୦ରୁ ଆରମ୍ଭ ହୁଏ ତାଙ୍କର ଆଙ୍କରିଂ କ୍ୟାରିୟର। ଏ କ୍ଷେତ୍ରରେ ତାଙ୍କର ବଡ ଭଉଣୀ ତଥା ଅଭିନେତ୍ରୀ ମେଘନା ମିଶ୍ରଙ୍କର ପ୍ରେରଣା ତାଙ୍କୁ ଏତେ ବାଟ ଆଗେଇବାରେ ଯଥେଷ୍ଟ ସହାୟକ ହୋଇଛି ବୋଲି କହନ୍ତି ସେ। ନିକଟରେ ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ, ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆରେ ଆଙ୍କରିଂ କରି ସେ ବେଶ୍‌ ପ୍ରଶଂସିତ ହୋଇଥିଲେ। ଅପରପକ୍ଷରେ ହକି ଇଣ୍ଡିଆ ଲିଗ୍‌ ଏବଂ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ସଙ୍ଗୀତଭିତ୍ତିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଚାଳିକା ଦାୟିତ୍ୱ ବେଶ୍‌ ସୁଚାରୁ ଭାବରେ ତୁଲାଇଛନ୍ତି ସେ। ତେବେ ବଡ ପରଦାରେ ଦର୍ଶକଙ୍କ ସାମନାକୁ ଆସିବାକୁ ଆଶା ରଖିଥିବା ମାନସୀଙ୍କ ଏହି ଆଶା ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Share