ଆଙ୍କ୍‌ଲେଟ୍‌ ଫ୍ୟାଶନ

ଆଜିକାଲି ମହିଳାମାନେ ସିଲ୍‌ଭର ପାଉଁଜି ବଦଳରେ ଆର୍ଟିଫିସିଆଲ ଏବଂ ଷ୍ଟାଇଲିଶ୍‌ ଆଙ୍କ୍‌ଲେଟ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ମଡର୍ନ ହେଉ ଅବା ଟ୍ରାଡିସନାଲ ଡ୍ରେସ୍‌ ଯେକୌଣସି ଗେଟ୍‌ଅପ୍‌ରେ ଏହା ବେଶ୍‌ ମାନିଥାଏ। କ୍ୟାପ୍ରି, ସ୍କର୍ଟ, ଜିନ୍ସ ଆଦି ସହ ବି ଆପଣ ଏହାକୁ ପିନ୍ଧିପାରିବେ।
ଆଙ୍କ୍‌ଲେଟ୍‌ ଭେରାଇଟି: ଷ୍ଟାଇଲିଶ୍‌ ଆଙ୍କ୍‌ଲେଟ୍‌ ସମସ୍ତ ଗେଟ୍‌ଅପ୍‌ରେ ମ୍ୟାଚ୍‌ କରିଥାଏ। ମାର୍କେଟରେ ଲାଟେଷ୍ଟ୍‌ ଭେରାଇଟିର ଆଙ୍କ୍‌ଲେଟ୍‌ ମିଳୁଛି। କଉଡ଼ିରେ ତିଆରି ହୋଇଥିବା ଆଙ୍କ୍‌ଲେଟ୍‌, ଫ୍ଲୋରାଲ ଡିଜାଇନ, କଲରଫୁଲ୍‌ ବିଡ୍‌ସରେ ସଜାଯାଇଥିବା ଆଙ୍କ୍‌ଲେଟ୍‌, ମେଟାଲ, ସିଲ୍‌ଭର ଚେନ୍‌ ଆଙ୍କ୍‌ଲେଟ୍‌, ଛୋଟ ଛୋଟ କ୍ରିଷ୍ଟାଲ ଲାଗିଥିବା ଆଙ୍କ୍‌ଲେଟ୍‌, ଡ୍ରେସ୍‌ ସହ ମ୍ୟାଚ୍‌ କରୁଥିବା ଆଙ୍କ୍‌ଲେଟ୍‌, ହ୍ବାଇଟ୍‌ ପର୍ଲରେ ପ୍ରସ୍ତୁତ ଆଙ୍କ୍‌ଲେଟ୍‌ ଆପଣଙ୍କ ପାଦକୁ ଖୁବ୍‌ ମାନିବ।
ଆଙ୍କ୍‌ଲେଟ୍‌ ପିନ୍ଧିବା ପୂର୍ବରୁ:- ଆଙ୍କ୍‌ଲେଟ୍‌ ପିନ୍ଧିବା ପୂର୍ବରୁ ପ୍ରଥମେ ପେଡିକିଓର କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦ କୋମଳ ଏବଂ ପରିଷ୍କାର ରହିବ।
– ଗରମପାଣିରେ ହାଇଡ୍ରୋଜେନ୍‌ ପାରକ୍ସାଇଡ୍‌ କିମ୍ବା ଲେମ୍ବୁରସ, ଗୋଲାପ ପାଖୁଡ଼ା ପକାନ୍ତୁ। ଏକ ବ୍ରସ୍‌ ସାହାଯ୍ୟରେ ପାଦକୁ ପରିଷ୍କାରକରି ନେଲ୍‌ ଫାଇଲ୍‌ କରିବା ପରେ ବୋଲ୍ଡ କଲର ବା ଡ୍ରେସ୍‌କୁ ମ୍ୟାଚିଂକରି ନେଲ୍‌ ପେଣ୍ଟ୍‌ କରନ୍ତୁ। ନେଲ୍‌ ଆର୍ଟ ବି କରିପାରିବେ।
– ଆପଣ ଚାହିଁଲେ ଘରେ ଆଙ୍କ୍‌ଲେଟ୍‌ ଖୁବ୍‌ ସହଜରେ ତିଆରି କରିପାରିବେ। ଦରକାରରେ ଆସୁ ନ ଥିବା ଷ୍ଟୋନ୍‌, ପର୍ଲ, ଚେନ୍‌, ଇୟର ରିଙ୍ଗ୍‌ସ ଯାହାର ଗୋଟିଏ ପେୟାର ନ ଥିବ ତାକୁ ଉପଯୋଗ କରିପାରିବେ। ଏଥିରେ କ୍ରିଷ୍ଟାଲ, ଷ୍ଟାର ଚେନ୍‌ର ବି ବ୍ୟବହାର କରିପାରିବେ। ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କିପରି ଲୁକ୍‌ଦେବାକୁ ଚାହୁଁଛନ୍ତି।