ପଇଡ଼ କେତେ ଶକ୍ତ ସମସ୍ତେ ଜାଣନ୍ତି। ଏହାକୁ କାଟିବା ପାଇଁ ଧାରୁଆ ଅସ୍ତ୍ର ନିହାତି ଆବଶ୍ୟକ। କିନ୍ତୁ ଜଣେ ବ୍ୟକ୍ତି ନିଜ ଆଙ୍ଗୁଠିରେ ପଇଡ଼କୁ କଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମାର୍ଶାଲ ଆର୍ଟ ମାଷ୍ଟର ହୋ ଏଙ୍ଗ ହୁଇ ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। ସେ ପୁଣି ଚାରୋଟି ପଇଡ଼କୁ ମାତ୍ର ୧୨.୧୫ ସେକେଣ୍ଡରେ ଆଙ୍ଗୁଠିରେ କଣା କରି ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ଥରରେ ପଇଡ଼ କଣା କରି ତା’ମଧ୍ୟସ୍ଥ ପାଣି ବାହାର କରିଦିଅନ୍ତି। ହୋ ଏହି କାମ କରିବା ପାଇଁ ୧୦ଦିନ ପୂର୍ବରୁ ତୋଳା ଯାଇଥିବା ପଇଡ଼ ବ୍ୟବହାର କରନ୍ତି।