ଆଙ୍ଗୁଠି ଫୁଟାଇବା ଓ ଆର୍ଥ୍ରାଇଟିସ୍‌ ସମସ୍ୟା

ଆଙ୍ଗୁଠି ଫୁଟାଇବା ଅନେକ ଙ୍କର ଏକ ଅଭ୍ୟାସ। ଯଦି ଏହି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏପରି ତଥ୍ୟ ବିଷୟରେ କାନାଡା ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାନ୍ତି ତେବେ ସେ ଆର୍ଥ୍ରାଇଟିସ୍‌ ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଉପରୋକ୍ତ ବିଷୟରେ ଏକ ସର୍ଭେ କରିବା ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏପରି କଥା ଜାଣିପାରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତି (ଯେଉଁମାନେ ଅଧିକାଂଶ ସମୟ ଆଙ୍ଗୁଠି ଫୁଟାଉଥିଲେ)ମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତଙ୍କଠାରେ ଆର୍ଥ୍ରାଇଟିସ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି।