Categories: ଖେଳ

ଆଙ୍ଗୁଳିରୁ ବାହାରୁ ଥିଲା ଧାର ଧାର ରକ୍ତ: ଖେଳିଚାଲିଥିଲେ ଧୋନୀ

ବର୍ମିଂହାମ, ୩।୭: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। କିନ୍ତୁ ଇଂଲଣ୍ଡଠାରୁ ପୂର୍ବ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଭାରତୀୟ ଦଳକୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଖାସ୍‌ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଧିମା ବ୍ୟାଟିଂକୁ ଦର୍ଶକଙ୍କ ସମେତ ପୂର୍ବତନ ଖେଳାଳିମାନେ ନାପସନ୍ଦ କରିଥିଲେ। ଅସଲ କଥା ହେଉଛି , ଏହି ମ୍ୟାଚ୍‌ରେ ଧୋନୀଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା। ଧାର ଧାର ରକ୍ତ ବୋହୁଥିଲେ ମଧ୍ୟ ସେ ଖେଳିଚାଲିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମ୍ୟାଚ୍‌ରେ ଧୋନୀ ୩୧ଟି ବଲରୁ ୪୧ରନର ପାଳି ଖେଳି ଭାରତକୁ ବିଜୟୀ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ବିଫଳ ହୋଇଥିଲେ।

Share