Categories: ଜାତୀୟ

ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ଭାଜପା, ଏଏପିକୁ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ,୧୩।୧: ରାଜଧାନୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି। ଏହାପରେ ଶାସନ କ୍ଷମତାରେ ଥିବା ଆମ୍‌ ଆଦମୀ ପାର୍ଟି (ଏଏପି) ଓ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ସୋମବାର ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ଏଏପିକୁ ୨ଟି ଓ ଭାଜପାକୁ ଗୋଟିଏ ନୋଟିସ ପଠାଇ ଜବାବ ତଲବ କରିଛନ୍ତି।

Share